ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ୨୦୧୯


                                     ⏩ ନୂଆଁ ଖାଇ ଭେଟଘାଟ ⏪  

ନୂଆଁଖାଇ ପଶ୍ଚିମ ଓଡିଶା ର ଗଣପର୍ବ ସେଦିନ ସମସ୍ତେ ରାଗ ରୋଷ ଅଭିମାନ କୁ ତ୍ୟାଗ କରି  ସମସ୍ତେ ଭାଇ ଚାରା ରେ ବାନ୍ଧି ହୋଇଥାନ୍ତି । ନୂଆଁ ଖାଇ ଧାନ ଅମଳ ର ଖୁସିରେ ପାଳନ କରାଯାଇଥାଏ । ସେ ଦିନ ସମସ୍ତେ ପରସ୍ପରକୁ ନମସ୍କାର ବା ସମ୍ବଲପୁରୀ ଭାଷାରେ ଜୁହାର କରିଅଥାନ୍ତି । ସେ ପର୍ବ ପଶ୍ଚିମ ଓଡିଶା ରେ ବହୁତ ଜକ ଜମକ ରେ ପାଳନ କରିଥାନ୍ତି । ସେ ଦିନ ବହୁତ ପ୍ରକାର ପିଠା ନବାଗତ ଗୃହିଣୀ ମାନେ ପ୍ରସ୍ତୁତ କରିଥାନ୍ତି । 



ପର୍ବ ପାଳନ ର ବିଶେଷତା 

ଏହି ପର୍ବରେ ପଶ୍ଚିମ ଓଡିଶା ର ଚାଷୀ ମାନେ ସେମାନଙ୍କର ଇଷ୍ଟ ଦେବୀ ମା ସମଲେଇ ଙ୍କୁ  ଆରାଧନା ସ୍ୱରୂପ ଧାନ ଅମଳ ର ପ୍ରଥମ ଧାନ ମା ସମଲେଇ ଙ୍କୁ ଅର୍ପଣ କରନ୍ତି । ଏବଂ ମା ସମଲେଇ ଙ୍କୁ ସୁଖ ସମୃଦ୍ଧି ର ଆଶୀର୍ବାଦ ମଗନ୍ତି ଯାହା ଫଳରେ କି ପଶ୍ଚିମ ଓଡିଶା ଚାଷ ରେ ଭଲ ଅମଳ କରିଥାଇ । ସେମାନେ ନୂଆଁ ଖାଇ ଦିନ ବିଭିନ୍ନ ପ୍ରକାର ର ପିଠା ମଣ୍ଡ। ସହିତ ଅନେକ ପ୍ରକାର ର ବ୍ୟଞ୍ଜନ ତଥା ଅନେକ ପ୍ରକାର ର ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ପଶ୍ଚିମ ଓଡିଶା ର ଲୋକ ମାନେ ବିଭିନ୍ନ ପ୍ରକାର ଖେଳ ତଥା ନଡିଆ ଖେଳ , ତାସ ଖେଳ , କବାଡି , ଏମିତି ଅନେକ ପ୍ରକାର ର ଖେଳ ଆନନ୍ଦା ମନରେ ଖେଳନ୍ତି ।

ସମ୍ବଳପୁର ର ଆରାଧ୍ୟ ଦେବୀ ଓ ଇଷ୍ଟ ଦେବୀ ମା ସମଲେଇ ଙ୍କୁ ନୂଆଁ ପ୍ରଥମେ ଲାଗି କରି ସେ ଭୋଗ କୁ ପରସ୍ପର ମଧ୍ୟ ରେ ବାଣ୍ଟି ଖାଇଥାନ୍ତି । ଏବଂ ଖାଇ ସାରିଲାପରେ ପ୍ରତ୍ୟେକ ବ୍ୟକ୍ତି ଛୋଟ ପିଲା ଠାରେ ବଡ ପର୍ଯ୍ୟନ୍ତ ସମସ୍ତେ ନିଜଠାରୁ ବଡ ବ୍ୟକ୍ତି ଙ୍କୁ ସମ୍ମାନ ଜଣାଇବା ପାଇଁ ପରସ୍ପର କୁ ଜୁହାର କରିଥାନ୍ତି । ଏବଂ ସମକକ୍ଷ ବ୍ୟକ୍ତି ମାନେ ପରସ୍ପରକୁ ଆଲିଙ୍ଗନ କରି ନିଜ ନିଜ ଭିତରେ ଭାଇ ଛାଡ଼ ଭାବ ଥିବାର ସ୍ପଷ୍ଟ ଚିତ୍ର ପରିଦର୍ଶନ କରିଥାନ୍ତି । 

ପଶ୍ଚିମ ଓଡିଶାର ଯେଉଁ ମାନେ ବାହାରେ ଚାକିରି କରୁଛନ୍ତି ଏବଂ ନୂଆଖାଇ ଦିନ ଉପସ୍ଥିତ ହୋଇପାରି ନଥାନ୍ତି । ସେମାନେ ଦଶହରା ଦିନ ମଧ୍ୟ ନୂଆଖାଇ ପାରିବେ ଏ ପରମ୍ପରେ ବହୁତ ବର୍ଷ ରୁ ପ୍ରଚଳିତ ରହିଛି । ଏବେ ପଶ୍ଚିମ ଓଡିଶା ର ନୂଆଁ ଖାଇ ପର୍ବକୁ ପୂର୍ବଅଡିଶା  ରେ ମଧ୍ୟ ପାଳନ କରାଯାଏ କିନ୍ତୁ ସେମାନେ ଅନ୍ୟ ଦିନ ପାଳନ କରିଥାନ୍ତି । ହେଲେ ପଶ୍ଚିମ ଓଡିଶା ର ନୂଆଁ ଖାଇ ଭରତ ପ୍ରସିଦ୍ଧ ଗଣପର୍ବ । 

ଓଡିଶା ର ମୁଖ୍ୟମନ୍ତ୍ରୀ ବିଯୁପଟ୍ଟନାୟକ ସାରା ଓଡିଶା ରେ ନୂଆଁ ଖାଇ ପର୍ବ ପାଳନ ଏବଂ ନୂଆଁ ଖାଇ କୁ ଏକ ସରକାରୀ ଛୁଟି ଘୋଷଣା କରିଥିଲେ । 
ଆଗ କାଳରେ ରାଜାମାନେ ନିଜ ନିଜ ଇଷ୍ଟ ଦେବୀ ଙ୍କୁ ଅଲଗା ଅଲଗା  ଦିନ ମାନଙ୍କରେ ନୂଆଁ ଲଗାଇ ନୂଆଁ ଖାଉଥିଲେ । 
ନୂଆଁଖାଇ କୁ ରୁଷୀ ପଞ୍ଚମୀ ମଧ୍ୟ କୁହା ଯାଇଥାଏ । ଗଣେଶ ପୂଜା ଦିନ ଗଣେଶ ଚତୁର୍ଥୀ ଏବଂ ତା ପର ଦିନ ଋଷିପଞ୍ଚମୀ ଏବଂ ଋଷିପଞ୍ଚମୀ ଦିନ ନୂଆଁ ଖାଇ  ପାଳନ କରାଯାଏ । 

କଳାହାଣ୍ଡିର ଅନେକ ଅଞ୍ଚଳ ରେ ଭାଦ୍ରବ ଶୁକ୍ଲ ଦଶମୀ ରେ ନୂଆଁ ଖାଇ ପାଳନ କରାଯାଏ। 
ପୂର୍ବାଞ୍ଚଳ ରେ ଏହା  ଆଶ୍ଵୀନ ମାସର ମହାଳୟା ତିଥି ରେ  ସମ୍ପନ୍ନ  ହେବାର ବିଧାନ ରହିଛି।  ଓଡିଶାର ସାଂସ୍କୃତିକ ପରମ୍ପରା ରେ ଅପରପକ୍ଷ ମହାଳୟା ଠାରୁ  ଶ୍ରାଦ୍ଧ ଦେବାର ବିଧି ରହିଛି। କାରଣ ଏହି ନବାନ୍ନ ପିତୃ ପୁରୁଷ ଙ୍କ ପିଣ୍ଡ ଦାନ ରେ ବ୍ୟବହୃତ ହୋଇଥାଏ। 
ଏହି ଦିନଟିର ଅମୃତ ବେଳା ବ ଶୁଭବେଳ ଜ୍ୟୋତିଷୋ ମାନଙ୍କ ଦ୍ଵାରା ନିର୍ଣୟ କରାଯାଏ। 


  ନୂଆଖାଇ ବାସି

 ନୂଆଖାଇ ଦିନର ପରଦିନକୁ ନୂଆଖାଇ ବାସି ବୋଲି କୁହାଯାଏ । ଏବଂ ସେଦିନ ଲୋକ ମାନେ ଆମିଷ ସେବନ କରନ୍ତି  ଏବଂ           ନୂଆଖାଇ ବାସି ଦିନକୁ ଛାଡଖାଇ ମଧ୍ୟ କୁହାଯାଏ । 
 ପଦ୍ମଶ୍ରୀ  ହଲଧର ନାଗ ଙ୍କ ମୁହଁ ରୁ ପଦେ  :-
                                                                                                      " ଜିଇଁଛୁ ବେଲକେ ଆସି ଭାଏ ବନ୍ଧୁ
                                                                                                                  ହେମା ନୂଆଖାଇ ଭେଟ୍
                                                                                                             ସଂସାର ଡୋର୍ ଥି ବନ୍ଧା ହୋଇଥିମା
                                                                                                                   ଗାଁ ଯାକର ହେଇ ମେଟ୍ "

Share Please
Powered by Blogger.