ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଙ୍କ ସାଂଘାତିକ ଆକ୍ରମଣ ଚେତାବନୀ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଙ୍କ ସାଙ୍ଘାତିକ ବୟାନ। ପୁଲୱାମ। ପରି ଆଉ ଏକ ଘଟଣା ଦେଖିବ ଭାରତ। ⇆
କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ର ଉଚ୍ଛେଦ ପରେ ଚିହିଁକି ଉଠିଛି ପାକିସ୍ତାନ। ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ପରୋକ୍ଷ ରେ ଧମକ ଦେବାକୁ ପଛାଇ ନାହାନ୍ତି । ଧାରା ୩୭୦ ର ଉଚ୍ଛେଦ ପରେ ଭାରତ ରେ ପୁଲୱାମ। ଭଳି ଅଧିକ ଘଟଣା ଦେଖିବାକୁ ମିଳିବ। ପାକିସ୍ତାନ ସଂସଦ ର ମିଳିତ ଅଧିବେଶନରେ ଏଭଳି କହିଛନ୍ତି ଇମ୍ରାନ । ଭାରତ ସରକାର ଯାହା କାରିଛନ୍ତି ତାହା ଯୁଦ୍ଧ ଅପରାଧ। ଭବିଷ୍ୟତ ରେ ପୁଲୱାମ। ପରି ଅନେକ ଘଟଣା ହେବ ପରୋକ୍ଷ ରେ ଧମକ ଦେଇଛନ୍ତି ଇମ୍ରାନ।
ଇମ୍ରାନ କହିଛନ୍ତି ଯେ ବିଜେପି ହେଉଛି ଏକ ହିନ୍ଦୁତ୍ଵ ବାଦୀ ଦଳ ଯିଏକି ହିନ୍ଦୁ ମାନଙ୍କୁ ଅନ୍ୟ ସମ୍ପ୍ରଦାୟର ଲୋକ ମାନଙ୍କ ଅପେକ୍ଷ୍ୟା ଉଛ ଭାବେ। ଦଳର ଏହି ହିନ୍ଦୁତ୍ଵ ଆଦର୍ଶ କୁ ପାଳନ କରିବାକୁ ଯାଇ କାଶ୍ମୀର କୁ ଧାରା ୩୭0 ଧାରା କୁ ଉଠାଇ ଦିଆଯାଇଛି। ବିଜେପି କାଶ୍ମୀର ଲୋକ ମାନଙ୍କୁ ହିନ୍ଦୁ ମାନଙ୍କ ପରି ସମାନ ମଣିଷ ମାନେ ନାହିଁ, ଏଣୁ ସେମାନ ଙ୍କ ସ୍ଵାଧୀନତା ଆନ୍ଦୋଳନ କୁ ଦବାଇ ବାକୁ ଚାହୁଁଚି। ଏପରି କରି ସେମାନେ କେବଳ ଅନ୍ତର୍ଯାତୀୟ ନିୟମ ନୁହେଁ, ନିଜ ଦେଶର ନିୟମ ଊଲଙ୍ଘନ କରୁଛନ୍ତି ବୋଲି ଇମ୍ରାନ କହିଛନ୍ତି । ଏଣୁ ଆମ ଲଢାଇ ଏକ ଜାତିବାଦୀ ସାଂପ୍ରଦାୟିକ ଦଳ ସହିତ ବୋଲି ସେ କହିଛନ୍ତି।
ଇମ୍ରାନ କହିଛନ୍ତି, ବିଜେପି ଏବେ ଦଳର ପ୍ରତିଷ୍ଠତା ଙ୍କ ଜାତିବାଦ ବିଚାର ଧାରା ଉପରେ କାମ କରୁଛି । ଏପରିକି ମିଳିତ ଅଧିବେଶନରେ କହିଛନ୍ତି, ମହମ୍ମଦ ଜିନ୍ନା ଙ୍କ ଭାରତ ବିଭାଜନ ନିଷ୍ପତ୍ତି କୁ ସମର୍ଥନ କରିବା ସଠିକ ଥିଲା ।କାଶ୍ମୀର ରୁ ଧାରା ୩୭୦ଉଠାଇବା ପାଇଁ ଭାରତ ର ଘୋଷଣା ପରେ ପାକିସ୍ତାନ ରେ ଏହାକୁ ନେଇ କଡା ବିରୋଧ ପ୍ରକାଶ ପାଇଛି । ପାକିସ୍ତାନ ସରକାର ଭାରତ ସରକାର ଙ୍କ ଏହି ପଦକ୍ଷେପ ବେଆଇନ ବୋଲି ଘୋଷଣ। କରିବା ସହ ଜାତିସଂଘ ର ସୁରକ୍ଷା ପରିଷଦ ରେ ଏହି ପ୍ରସଙ୍ଗ ଉଠାଯିବ ବୋଲି କହିଛନ୍ତି ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ
