ଭାରତୀୟ ବୈଦେଶୀକ ମନ୍ତ୍ରୀ ସୁଷମା ସ୍ଵରାଜ ଙ୍କ ପରଲୋକ


ସୁଷମା ସ୍ୱରାଜ  ଙ୍କ ପରଲୋକ




 " ୨୦୧୯  ଅଗଷ୍ଟ ମାସ ୬ ତାରିଖ ରେ ପରଲୋକ କୁ ଚାଲିଗଲେ,
  ସେ ଚାଲିଯିବା ପୂର୍ବରୁ ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ 
  କହିଥିଲେ " ମୁଁ ଏ ଦିନକୁ ବହୁତ ଦିନରୁ ଅପେକ୍ଷ୍ୟା କରିଥିଲି"
   ଏ ଥିଲା ତାଙ୍କର ଶେଷ  ବାର୍ତା ନରେନ୍ଦ୍ର ମୋଦୀଙ୍କୁ ଏହାପରେ ସେ 
  ଶେଷ ଶ୍ଵାସ ତ୍ୟାଗ କରିଥିଲେ।"
   


(୧୪ ଫେବୃଆରୀ ୧୯୫୨ – ୬ ଅଗଷ୍ଟ ୨୦୧୯) ଜଣେ ଭାରତୀୟ ରାଜନେତ୍ରୀ, ପୂର୍ବୋକ୍ତ ସୁପ୍ରିମକୋର୍ଟ ଓକିଲ ଥିଲେ । ସେ ୨୬ ମଇ ୨୦୧୪ରୁ ୩୦ ମଇ ୨୦୧୯ ପର୍ଯ୍ୟନ୍ତ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ପରେ ସ୍ୱରାଜ ଦ୍ୱିତୀୟ ମହିଳା ଭାବେ ଭାରତର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଥିଲେ । ସେ ଭାରତୀୟ ଜନତା ପାର୍ଟିର ଏକ ଦଳୀୟ ନେତ୍ରୀ । ସେ ୭ ଥର ସଂସଦ ରସବ୍ୟ ହିସାବରେ ଏବଂ ତିନି ଥର ଆଇନ ପ୍ରଣୟନ ସଭାର ସଦସ୍ୟ ଭାବେ ବଛା ହୋଇଥିଲେ । ସେ ୨୫ ବର୍ଷରେ ୧୯୯୭ ମସିହାରେ ହରିୟାଣାର କନିଷ୍ଠତମ କ୍ୟାବିନେଟ ମନ୍ତ୍ରୀ ହିସାବରେ ଯୋଗଦେଇଥିଲେ । ଅଳ୍ପ କାଳ ପାଇଁ ସେ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ପଦବୀରେ ମଧ୍ୟ ଥିଲେ । ୨୦୧୪ ମସିହାରେ ସେ ଭାରତୀୟ ଜାତୀୟ ନିର୍ବାଚନରେ ଦ୍ୱିତୀୟ ଥର ପାଇଁ ମଧ୍ୟପ୍ରଦେଶର ବିଦିଶା ନିର୍ବାଚନ ମଣ୍ଡଳୀରୁ ଜିତିଥିଲେ । ୬ ଅଗଷ୍ଟ ୨୦୧୯ରେ ମୃତ୍ୟୁ ବରଣ କରିଥିଲେ। 

                       ବାଲ୍ୟ ଜୀବନ


୧୯୫୨ ଫେବୃୟାରୀ ୧୪ ରେ, ସୁଷମା ସ୍ୱରାଜ(ସୁଷମା ଶର୍ମା)ହରିୟାଣା ସ୍ଥିତ ଅମ୍ବାଲା କାନ୍ତ ଗ୍ରାମରେ ଶ୍ରୀମତୀ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ବିଶିଷ୍ଠ ସଦସ୍ୟ ଥିଲେ। ତାଙ୍କ ପିତାମାତା ପାକିସ୍ତାନ,ଲାହୋର ସ୍ଥିତ ଧର୍ମପୁର ସ୍ଥାନର ବାସିନ୍ଦା ଥିଲେ। ସେ ଅମ୍ବାଲା ସ୍ଥିତ ସନ୍ତାନ ମହାବିଦ୍ୟାଳୟରେ ପଢୁଥିଲେ।ସେ ସେଠାରେ ସଂସ୍କୃତ ଓ ରାଜନୀତିକବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ।
Powered by Blogger.