History Of Kashmir ? कश्मीर किस देश से संबंधित है ? କାଶ୍ମୀର କାହାର ?
କାଶ୍ମୀର ପ୍ରକୃତ ରେ କାହାର ?
କାଶ୍ମୀର ର ଇତିହାସ
ଆଜି କାଶ୍ମୀର ବୋଲି ପ୍ରସିଦ୍ଧି ଲାଭ କରିଥିବା ଅଞ୍ଚଳଟିକୁ ପୂର୍ବକାଳ ରେ ' କଶ୍ମେରା' ବୋଲି କୁହାଯାଉଥିଲା । ଏଥିରେ ଦୁଇଟି ପଦ ରହିଛି , ଯଥା 'କଶ୍' ଏବଂ 'ମୈରା' । ମହର୍ଷି କଶ୍ୟପ ନାମରେ ପ୍ରଥମ ଦୁଇ ଅକ୍ଷର "କଶ୍" ସହିତ "ମୈରା" ଏହି ପଦର ମିଶ୍ରଣ ରେ ସୃଷ୍ଟି ହୋଇଛି "କଶ୍ମେରା" । ଏହି ମନ୍ଵନ୍ତର ର ସପ୍ତର୍ଷି ମାନଙ୍କ ମଧ୍ୟ ରୁ ମହର୍ଷି କଶ୍ୟପ ଅନ୍ୟତମ । ସୃଷ୍ଟି କର୍ତ୍ତା ବ୍ରହ୍ମା ଙ୍କ ମାନସ ପୁତ୍ର ମରୀଚି ଙ୍କ ପୁତ୍ର ହିଁ କଶ୍ୟପ । ସେ ଦକ୍ଷ୍ୟ ପ୍ରଜାପତି ଙ୍କ ତେର ଜଣ କନ୍ୟା ସନ୍ତାନ ଙ୍କୁ ବିବାହ କରିଥିଲେ । ଏହିଠୁଁ ହିଁ କଶ୍ୟପ ଗୋତ୍ର ଆରମ୍ଭ ହୋଇଛି । ସୁର,ଅସୁର,ଦାନବ,ନାଗ,ମାନବ ଙ୍କ ସହିତ ସମସ୍ତ ଜୀବରାଶି ଏମାନଙ୍କ ଔରସ ରୁ ହିଁ ଜାତ ହୋଇଛନ୍ତି ବୋଲି ପୁରାଣ କହେ ।
"ନୀଳମତ " ପୁରାଣ ଅନୁସାରେ ଆଜି କାଶ୍ମୀର ବୋଲି ପ୍ରସିଦ୍ଧି ଲାଭ କରିଥିବା ଅଞ୍ଚଳରେ 'ସତୀସର' ନାମକ ବିରାଟ ସରବୋର ଟିଏ ଥିଲା । ଭୋଳାଶଙ୍କର ଏବଂ ତାଙ୍କ ସ୍ତ୍ରୀ ସତୀ ଏହି ସରୋବର କୁ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ଏହି ସ୍ଥାନରେ ବୁଲାବୁଲି କରିବାକୁ ପସନ୍ଦ କରୁଥିଲେ , ଏହା ଲକ୍ଷ୍ୟ କରି ମହର୍ଷି କଶ୍ୟପ ଏହି ସରୋବର ଟିକୁ ସେହି ଆଦି ଦମ୍ପତ୍ତି ଙ୍କୁ ଉପହାର ଭାବେ ଦାନ କରିଥିଲେ ।
ସେହି ସରୋବର ରେ ଲୁଚି ରହିଥିବା " ଜଳୋଦ୍ଭବ "ନାମକ ଜୈନିକ ରାକ୍ଷସ କଶ୍ୟପ ସନ୍ତାନ ଗଣଙ୍କୁ ବହୁତ ନିର୍ଯ୍ୟାତନା ଦେଉଥିଲା ।
ତା' ଦାଉରୁ ରକ୍ଷ୍ୟା ପାଇବା ପାଇଁ, କଶ୍ୟପ ନିଜ ସନ୍ତାନ ଅନନ୍ତ ନାଗ ଙ୍କ ସହାୟତାରେ , ନାଳ ଟିଏ ଖୋଲି ସରୋବର ର ପାଣିକୁଆ ସେହି ନାଳ ଦେଇ ନିଷ୍କାସିତ କରି ପଶ୍ଚିମ ଦିଗ ଆଡେ ପ୍ରବାହିତ କରାଇଲେ , ସେହି ନାଳ ର ନାମ "ବରାହ ମୁଖ" ଯାହା ବର୍ତ୍ତମାନ "ବାରାମୁଳା" ଭାବରେ ପରିଚିତ । ଏଭଳି ନିଷ୍କାସିତ ପଣି ପଶ୍ଚିମ ଦିଗକୁ ପ୍ରବାହିତ ହୋଇ ନିଜର ଅବସ୍ଥିତି ହରାଇଲା । ସେହି "କଶ୍ୟପ ସାଗର" ହିଁ କାସ୍ପିଆନ ହ୍ରଦ ଅଟେ ।
ସରୋବର ଟି ସମ୍ପୂର୍ଣ ରୂପେ ଜଳ ଶୁନ୍ୟ ହେବାରୁ ଜଲୋଦ୍ଭବ ରାକ୍ଷ୍ୟାସ ବାହାରକୁ ବାହାରିବ ପାଇଁ ବାଧ୍ୟ ହେଲା ଏବଂ ପଦାକୁ ବାହାରିବାରୁ ତାକୁ , ନାରାୟଣ ସଂହାର କରିଥିଲେ , ଏହି ଜଳଶୂନ୍ୟ ସରୋବର ନିକଟ ରେ ବେଦ ପାଠକରିବା ନିମନ୍ତେ "କଶ୍ୟପମୈରା" ନାମକ ପବିତ୍ର କ୍ଷେତ୍ର ନିର୍ମାଣ କରାଗଲା । ଏହାହିଁ ପରବର୍ତ୍ତୀ କାଳରେ 'କଶ୍ୟମୈରା' ଏବଂ କାଳ କ୍ରମେ "କାଶ୍ମୀର" ନାମରେ ନାମାନ୍ତରିତ ହୋଇଥିଲା ।
ପ୍ରାକୃତିକ ସୌନ୍ଦର୍ଯ ଭରା କାଶ୍ମୀର ଦେଶକୁ ଦର୍ଶନ କରିବାକୁ ଗଣପତି ଙ୍କ ସହ ଦେବୀ ଗୌରୀ ଏକ ହିମ ଆଚ୍ଛାଦିତ ବା ବରଫାବୃତ ପର୍ବତ ମାର୍ଗଦେଇ ବାରମ୍ବାର ଯା'ଆସ କରୁଥିଲେ । ସେହି ମାର୍ଗ ଟି "ଗୌରୀ ମାର୍ଗ " ଭାବେ ପ୍ରସିଦ୍ଧି ଲାଭ କରିଥିଲା । ତାହାହିଁ ଆଜିର ଗୁଲ୍ମାର୍ଗ ଅଟେ ।
"ନୀଳମତି" ପୁରାଣ ଏବଂ ତାହାରି ଆଧାର ରେ "ରାଜତରଙ୍ଗିଣୀ" ନାମକ ଗ୍ରନ୍ଥ ରଚନା କରଯାଇଥିଲା । ଏହି ଦୁଇଟି ଗ୍ରନ୍ଥ କାଶ୍ମୀର ର ପୌରଣିକ ଏବଂ ଐତିହାସିକ ଗ୍ରନ୍ଥଭାବେ ଗ୍ରହଣ କରାଯାଉଛି ।
ଦ୍ଵାଦଶ ଶତାଦ୍ଧି ରେ "କଲ୍ହଣ" ନାମକ ଜୈନିକ ପଣ୍ଡିତ ଙ୍କ ଦ୍ଵାରା ରଚିତ ଗ୍ରନ୍ଥ ସମୂହ ପୃଥିବୀର ପ୍ରାୟ ସବୁଦେଶରେ ଏବଂ ଅତ୍ୟନ୍ତ ଶ୍ରଦ୍ଧା ଏବଂ କୌତୁହଳ ସହିତ ଅଧୟନ କରାଯାଉଛି । ହେଲେ ଦୁଃଖର ବିଷୟ ଆମ ଭାରତ ରେ ସେ ଗ୍ରନ୍ଥ ଗୁଡିକୁ ଗୁରୁତ୍ଵ ଦିଆଯାଉନି।
ଇଲେକ୍ଟ୍ରୋନିକ ମିଡିଆ ଦର୍ଶାଉଥିବା କାଶ୍ମୀର ଟି ଅସଲ କାଶ୍ମୀର ନୁହେଁ , ହେଲେ ଅସଲ କଥା କହିବାକୁ ଗଲେ ହିନ୍ଦୁମାନେ ହିଁ ବିଶ୍ଵାସ କରିପାରୁନାହାନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏହି ସମଗ୍ର ଅଞ୍ଚଳକୁ "ଶାରଦାଦେଶ" ବୋଲି କୁହାଯାଉଥିଲା।